ନୂଆଦିଲ୍ଲୀ : ଭାରତୀୟ ବୋଲର, ମହମ୍ମଦ ଶାମିଙ୍କ ସଂଘର୍ଷ କାହାଣୀ ହେଉଛି ବିଜୟର ସର୍ବୋତ୍ତମ କାହାଣୀ ଯାହା ଆମେ ଦୀର୍ଘ ଦିନ ଧରି ବିଶ୍ୱ କ୍ରିକେଟ୍ ରେ ଦେଖିଛୁ ଜ୍ଝ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ମହମ୍ମଦ ଶାମି ଏହି ଜେନେରେସନ୍ ପ୍ରତିଭା ଅଟନ୍ତି।ତାଙ୍କର ଅସାଧାରଣ ଡାହାଣ ହାତର ଦ୍ରୁତ ମଧ୍ୟମ ବୋଲିଂ ଦକ୍ଷତା ପାଇଁ ସେ ଜଣାଶୁଣା ଜ୍ଝ ଆଘାତ ସହ ଅନେକ ଅସୁବିଧା ଏବଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବ୍ୟାଘାତ ସତ୍ତ୍ୱେ ଶାମି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ଖେଳ ମଇଦାନରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଆଉ କରିଥିଲେ ଦମଦାର ବୋଲିଂ । ତେବେ ଆମେ କହୁଛୁ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ କଥା । ପ୍ରଥମ କିଛି ମ୍ୟାଚରୁ ଦୂରେଇ ରହିଥିବା ଶାମୀ ବିଶ୍ବକପ୍ରେ ସୃଷ୍ଟି କରିଥିଲେ ହଇଚଇ । ପୁରା ମ୍ୟାଚରେ ୨୪ଟି ୱିକେଟ୍ ନେଇ ହୋଇଥିଲେ ବିଶ୍ବର ସର୍ବାଧିକ ୱିକେଟ୍ ନେଇଥିବା ବୋଲର । କିନ୍ତୁ ଜାଣନ୍ତି କି କେତେ ସମ୍ପତ୍ତିର ମାଲିକ ଅଟନ୍ତି ଟିମ୍ ଇଣ୍ଡିଆର ଏହି ଦ୍ରୁତତ୍ତମ ବୋଲର୍ ? କେତେ ରୋଜଗାର କରନ୍ତି ମହମ୍ମଦ ଶାମୀ ? ଲଗଜୁରୀ କାରର ଖୁବ୍ ସୌକିନ୍ ଅଟନ୍ତି ଶାମୀ । ଭାରତୀୟ ଦ୍ରୁତ ବୋଲରଙ୍କ ମାସିକ ଆୟ ହେଉଛି ୫୫ ଲକ୍ଷରୁ ଅଧିକ ଟଙ୍କା । ଏହାବ୍ୟତୀତ ସେ ବାର୍ଷିକ ୮ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଶାମୀଙ୍କର ମୋଟ ସମ୍ପତ୍ତି ହେଉଛି ୫୫ କୋଟିରୁ ଅଧିକ । ଏହି ଦ୍ରୁତ ବୋଲରଙ୍କ ନିଟ୍ ମୂଲ୍ୟ ୨୦୨୨ ମସିହାରେ ପ୍ରାୟ ୪୫ କୋଟି ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୦ କୋଟିକୁ ବୃଦ୍ଧି ପାଇଛି। ଆଇପିଏଲ୍ ଏବଂ ବିଜ୍ଞାପନରୁ ବି ମୋଟା ଅଙ୍କର ରୋଜଗାର କରନ୍ତି ମହମ୍ମଦ ଶାମି । ଆଇପିଏଲରେ ଗୁଜୁରାଟ ଟାଇଟାନ୍ସ ମହମ୍ମଦ ଶାମିଙ୍କୁ ୬ କୋଟି ୨୫ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ଏହାବ୍ୟତୀତ ମହମ୍ମଦ ଶାମୀ ବିସିସିଆଇର ଏ-ଗ୍ରେଡରେ ସାମିଲ ଅଛନ୍ତି । ଏହି କାରଣରୁ ମହମ୍ମଦ ଶାମିଙ୍କୁ ବିସିସିଆଇ ୫ କୋଟି ଟଙ୍କା ଦେବ । ତେବେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ମହମ୍ମଦ ଶାମି ନେଇଥାନ୍ତି ୧୫ ଲକ୍ଷ ଟଙ୍କା ।ଏହାବ୍ୟତୀତ ଗୋଟିଏ ଦିନିକିଆ ମ୍ୟାଚରୁ ସେ ରୋଜଗାର କରିଥାନ୍ତି ୬ ଲକ୍ଷ ଟଙ୍କା । ମହମ୍ମଦ ଶାମି ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳି ୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଅନ୍ୟପଟେ ବିଜ୍ଞାପନରୁ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି ଶାମୀ। ତେବେ ୨୦୨୨ରେ ଏହି ଦ୍ରୁତ ବୋଲରଙ୍କ ମୋଟ ସମ୍ପତ୍ତି ଥିଲା ପ୍ରାୟ ୪୫କୋଟି ଟଙ୍କା । କିନ୍ତୁ ବର୍ତ୍ତମାନ ଏହା ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ମହମ୍ମଦ ଶାମିଙ୍କର ରହିଛି ଏକ ସୁନ୍ଦର ଫାର୍ମହାଉସ । ଶାମିଙ୍କ ଫାର୍ମହାଉସର ନାଁ ହେଉଛି ‘ହସିନ୍’ । ସେ ତାଙ୍କ ଫାର୍ମହାଉସ୍ର ନାଁ ତାଙ୍କ ପତ୍ନୀ ହସିନ ଜାହାନଙ୍କ ନାଁରେ ରଖିଛନ୍ତି । ତେବେ ଶାମି ବର୍ତ୍ତମାନ ହସିନ ଜାହାନଙ୍କ ଠାରୁ ଅଲଗା ହୋଇଛନ୍ତି । କିନ୍ତୁ ତାଙ୍କ ଫାର୍ମ ହାଉସ୍ର ନାଁ ପରିବର୍ତ୍ତନ କରିନାହାନ୍ତି । ଶାମି ଖୁବ୍ କାର୍ ସୌକୀନ ଅଟନ୍ତି । ତାଙ୍କର ଟୟୋଟା ଫର୍ଚୁନର୍, ବିଏମଡବ୍ଲୁ ୫ ସିରିଜ୍ ଏବଂ ଅଡି ପରି ମହଙ୍ଗା କାର ରହିଛି । ଶାମିଙ୍କର ଏକ ଜାଗୁଆର ଏଫ୍-ଟାଇପ୍ ସ୍ପୋର୍ଟସ୍ କାର୍ ମଧ୍ୟ ଅଛି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ସେ ଗତବର୍ଷ ଏହି କାର କିଣିଥିଲେ । ତେବେ ବିଶ୍ୱକପ ଇତିହାସରେ ୫୦ ୱିକେଟ୍ ନେଇ ମହମ୍ମଦ ଶାମି ଦ୍ରୁତତମ ବୋଲର ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ବୋଲର ଯିଏକି ବିଶ୍ୱକପରେ ଓ୍ବିକେଟରେ ହାସଲ କରିଛନ୍ତି ଅର୍ଦ୍ଧଶତକ ।