ଗ୍ରାମ୍ୟ ବ୍ୟାଙ୍କ ଲୁଟିବାକୁ ଉଦ୍ୟମ କରୁଥିଲେ ଦୁବୃର୍ତ୍ତ

ପୁରୀ /ଜୟନ୍ତ  କୁମାର  ସେଠି : ବିଳମ୍ବିତ ରାତିରେ  ଗ୍ରାମ୍ୟ ବ୍ୟାଙ୍କ ଲୁଟ ଉଦ୍ୟମ କଲେ ଦୁବୃର୍ତ୍ତ ।  ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗ ଯୋଡି ଗ୍ରାମ୍ୟ ବ୍ୟାଙ୍କ ଲୁଟ ଉଦ୍ୟମ କଲେ ଦୁର୍ବୁତ୍ତ।  ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ର ଗେଟ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ବ୍ୟାଙ୍କ ଭିତରେ ପ୍ରଵେଶ କରି ଲୁଟ ଉଦ୍ୟମ କରିଛନ୍ତି । ବ୍ୟାଙ୍କ ସାଇ ରନ ବାଜିବା ଶୁଣି ସ୍ଥାନୀୟ ଲୋକମାନେ ବ୍ୟାଙ୍କ ପାଖରେ ପହଞ୍ଚିବା ପରେ ବ୍ୟାଙ୍କ ଗେଟ ତାଲା ଭଙ୍ଗା ଯାଇଥିବା ସତ୍ୟବାଦୀ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ଦୁର୍ବୁତ୍ତ ମାନେ ବ୍ୟାଙ୍କ ଲାଇଟ କାଟି ଦେବା ସହିତ ବ୍ୟାଙ୍କ ଭିତରେ ଲୁଟ ଉଦ୍ୟମ କରିଥିଲେ, ମାତ୍ର ପୋଲିସ ର ପ୍ରାଥମିକ ତଦନ୍ତ ପରେ ଦୁର୍ବୁତ୍ତ ମାନେ ବ୍ୟାଙ୍କ ଲକର କାଟିବା ରେ ବିଫଳ ହୋଇଛନ୍ତି ବୋଲି ଜଣା ପଡିଛି । ଲୁଟ ଉଦ୍ୟମ ବିଫଳ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ ବ୍ୟାଙ୍କ କର୍ମଚାରୀ ପହଁଚି ଅନୁଧ୍ୟାନ କରିବା ପରେ ଏ ନେଇ  ସ୍ପଷ୍ଟ ଚିତ୍ର ସାମ୍ନା କୁ ଆସିବ।   ତେବେ ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ ସତ୍ୟବାଦୀ ପୋଲିସ ର ପ୍ରେଟୋଲିଙ୍ଗ ର ଆବଶ୍ୟକତା ଅଛି ବୋଲି ଗ୍ରାମବାସୀ ଓ ସ୍ଥାନୀୟ ବାସିନ୍ଦା କହିଛନ୍ତି।