କଣିହାଁରେ ଅଣ ସଂଗଠିତ ଶ୍ରମିକ ମାନଙ୍କ ବିଶାଳ ସମାବେଶ

0

କଣିହାଁ : କଣିହାଁ ବ୍ଲକ୍ ରାମ ମନ୍ଦୀର ଠାରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଅଣ ସଂଗଠିତ ଶ୍ରମିକମାନଙ୍କ ବିଶାଳ ସମାବେଶ । ଶ୍ରମିକ ନେତା ଦେବାଶିଷ ଘୋଷ ରାଷ୍ଟ୍ରୀୟ ମଜଦୂର ସଙ୍ଘର ଅନୁଗୋଳ ସଭାପତି ଦିଗାମ୍ବର ଗଡ଼ନାୟକ ଓ କଂଗ୍ରେସ ନାରୀ ନେତ୍ରୀ ସସ୍ମିତା ବେହେରା ନେତୃତ୍ୱରେ ବାହାରି କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସହାୟତା, ଶିକ୍ଷା , ମୃତ୍ୟୁ, ବିବାହ, ଯନ୍ତ୍ରପାତି , ଜୋତା ଟୋପି ପ୍ରଭୃତି ଶୀଘ୍ର ମିଳିବା ସହ ପକ୍କା ଘର ଶୀଘ୍ର ପ୍ରଦାନ କରିବାର ଦାବି କରିଛନ୍ତି । ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଉ ଆଶା, ପାଚିକା, ସିଆରପି ମାନଙ୍କୁ ସରକାରୀ ମାନ୍ୟତା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ଦାବି ମଧ୍ୟ ହୋଇଛି । ତେବେ ନେଇ ବିଶାଳ ଶ୍ରମିକ ସମାବେଶ ହୋଇ ଯାଇଛି, ଦାବିପତ୍ର ପ୍ରଦାନ ପରେ କଣିହାଁ ପ୍ରଜା ମଣ୍ଡଳ ଭବନରେ ଏକ ସାଧାରଣ ସଭା ହୋଇ ଯାଇଛି। ଶ୍ରମିକ ମାନଙ୍କ ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଏକ ବଡ ଅର୍ଥ ନୈତିକ ଅବରୋଧ ହେବ ବୋଲି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ଚେତାବନୀ ଦିଆଯାଇଛି।