କାର୍‌ ଓ ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ସେମିଳିଗୁଡ଼ା (ଦଶରଥ ମାଛ) : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କକ୍ରିଗୁଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ।ତେବେ ଏହି ଘଟଣା ଘଟିଛି ସେମିଳିଗୁଡ଼ା ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥର କକ୍ରିଗୁଡ଼ା ଛକରେ। ସୂଚନା ଅନୁଯାୟୀ,କକ୍ରିଗୁଡ଼ା ଛକ ନିକଟରେ ଏକ କାର୍ ସହ ବାଇକ୍ ଦୁର୍ଘଟଣା ହୋଇଛି। ଏଥିରେ ବାଇକରେ  ଯାଉଥିବା ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେହିଭଳି ଘଟଣାରେ ଦୁଇଜଣ ଗୁରୁତର ଅଛନ୍ତି । ଯୁବକମାନେ ସ୍ଥାନୀୟ କୁତୁଗାଁ ଗ୍ରାମର ହୋଇଥିବା ଜଣାପଡ଼ିଛି। କୁତୁଗାଁ ଗ୍ରାମର ରାଜୁ ବୋଇ ନିଜ ସାଙ୍ଗ ମାନଙ୍କ ସହ ଏକ ବାଇକରେ ସେମିଳିଗୁଡ଼ା ଅଭିମୁଖେ ଯାଉଥିଲେ। ସେହି ଦିଗରୁ ଦୂତଗତିରେ ଆସୁଥିବା ଏକ କାର ସାମ୍ନାରେ ଯାଉଥିବା ଏକ ସାନ ଟ୍ରକକୁ ଧକ୍କା ଦେବା ସହିତ ରାଜୁକୁ ପିଟି ହୋଇଯାଇଥିଲେ। ସେପେଟେ ଘଟଣାସ୍ଥଳରେ ସେମିଳିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।