ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୧୩ ଟି ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ୧୦ ଟି ବିଭାଗ ର ୧୩ ଟି ପ୍ରସ୍ତାବ ପାରିତ । ବିଭିନ୍ନ ଅଞ୍ଚଳ ରେ ଚାଲିବ ୨୦୦ ବିଦ୍ୟୁତ ଚାଳିତ ବସ । ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଗ୍ରାମାଞ୍ଚଳ ସ୍ତରରେ ଜନ ସାଧାରଣ ଙ୍କୁ ସାମିଲ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ରେ ସଚେତନତା କରିବା ପାଇଁ ହେବ କାର୍ଯ୍ୟକ୍ରମ । ଜାନୁଆରୀ ୫ ରୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ ଟି ବ୍ଲକ ର ସବୁ ପଞ୍ଚାୟତ ରେ ଘର କୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ । ପ୍ରତ୍ୟେକ ପଞ୍ଚାୟତ କୁ ସଂଗୃହିତ ହେଲା ପରେ ବ୍ଲକ ର ଏକ ମନ୍ଦିର ରେ ରଖାଯିବ । ପ୍ରତ୍ୟେକ ପଞ୍ଚାୟତ କୁ ଲୋକେ ପୁରୀ ଆସିବେ ପରିକ୍ରମା ପ୍ରକଳ୍ପ ରେ ସାମିଲ ହେବେ । ପଞ୍ଚାୟତ ରେ LED ମାଧ୍ୟମରେ ପରିକ୍ରମା ପ୍ରକଳ୍ପ ର ଟେଲିକାଷ୍ଟ କରାଯିବ । ୧୫୬ କୋଟି ବ୍ୟୟ ହେବ । ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକ ରୁ ବଛା ବଛା ଲୋକ ଙ୍କୁ ପୁରି ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ । ୬୭୯୪ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ । ପଞ୍ଚାୟତ ରେ ବୈଠକ ହେବ । ସମସ୍ତ ଅଧିକାରୀ ଜନ ସାଧାରଣ ଯୋଗଦେବେ । ଭିଡିଓ ଫିଲ୍ମ ଦେଖାଯିବ । ଅଞ୍ଚଳ ରେ ଭଲ କାମ କରିଥିବା ବ୍ୟକ୍ତି ଙ୍କୁ ପୁରସ୍କୃତ କରାଯିବ । ପଞ୍ଚାୟତ ର ସାମଗ୍ରିକ ବିକାଶ ର ଫିଲ୍ମ ତିଆରି ହେବ । ପ୍ରତ୍ୟେକ ପଞ୍ଚାୟତ କୁ ୩ ଲକ୍ଷ ଦିଆଯିବ । ୨୦୪ କୋଟି ହେବ ଖର୍ଚ୍ଚ ।