ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବର ମିଳିପାରେ ଖୁସି ଖବର । କମିପାରେ ପେଟ୍ରେଲ ଡିଜେଲ ଦର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ପ୍ରସ୍ତାବ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀର ଅପେକ୍ଷା ରହିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କମିବ ପେଟ୍ରୋଲ ଏବଂ ଡିଜେଲ ଦର।ତେଣୁ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ଧରଣର ହ୍ରାସ ପାଇଁ ବିଚାର କରାଯାଉଛି । ଇନ୍ଧନ ଦରରେ ଏହି ହ୍ରାସର କିଛି ଭାଗ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଙ୍କ ତରଫରୁ କରାଯିବ ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହ୍ରାସ ହୋଇଛି । ଫଳରେ ତେଲ ଆମଦାନୀ ଶସ୍ତା ହୋଇଛି । ତେଣୁ ଦର ହ୍ରାସ ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।