ଭୁବନେଶ୍ୱର : ବୁଧବାର ରାଜଧାନୀରେ ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱରରେ ଜମିଛି ଆମିଷ ବଜାର । ମିଳିଥିବା ତଥ୍ୟ ଅନୁସାରେ , ବୁଧବାର ରାଜଧାନୀରେ ଏକ ଲକ୍ଷ ଟଙ୍କାର ମଟନ ବିକ୍ରି ହୋଇଛି । ସେହିପରି ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ମୋଟ ୨କୋଟି ୭୫ ଲକ୍ଷ ଟଙ୍କାର ଆମିଷ କାରବାର ହୋଇଥିବା ଅଲ ଓଡିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ଗତବର୍ଷ ତୁଳନାରେ ଛାଡଖାଇ ବେପାର ଟିକେ ମାନ୍ଦା ପଡିଯାଇଛି । ଗତ ବର୍ଷ ଛାଡଖାଇରେ ୪ କୋଟିରୁ ଅଧିକ ବେପାର ହୋଇଥିଲା ।