ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରଶାନ୍ତ ସେଠୀ ପ୍ରତିଶୃତି

ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତର ବାଲିଯୋଡି ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ।

ମା ଭଉଣୀ ମାନେ ଅଞ୍ଚଳ ଏବଂ ଅଞ୍ଚଳର ରହୁଥିବା ଜନସାଧାରଣଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ। ଅଞ୍ଚଳରେ ବହୁ ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାରଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ।

ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ଏପରି ସ୍ଥିତିରେ ମା ଭଉଣୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇ ଥିଲେ । ଯୋଜନା ସବୁ କେଉଁ କେଉଁ ଉପାୟରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ ।

ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅଞ୍ଚଳର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରଶାନ୍ତ ସେଠୀ ପ୍ରତିଶୃତି ଦେଇଥିଲେ ।