ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ତି ଇଲାକାର ପୋଚାଲୁଣ୍ତି ଗ୍ରାମ ନିକଟରେ ମୁଁହାମୁଁହିଁ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇ ବରଗାଁ ଗ୍ରାମର ସୂର୍ଯ୍ଯ ନାରାୟଣ ଡାକୁଆ ଓ ତାଙ୍କ ସହିତ ଜଣେ ସମ୍ପର୍କିୟ ବାଇକରେ ବାଲିପଦର ଅଭିମୁଖେ ଆସୁଥିଲେ । ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯା’ଦ୍ୱାରା ସୂର୍ଯ୍ଯନାରାୟଣ ଓ ତାଙ୍କ ସମ୍ପର୍କିୟ ରାସ୍ତାରେ କଚାଡି ହୋଇ ପଡିଥିଲେ। ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ବୁଗୁଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସୂର୍ଯ୍ଯନାରାୟଣଙ୍କୁ ଡାକ୍ତର ମୁତ୍ଯୁ ଘୋଷଣା କରିଥିବା ବେଳେ ଅନ୍ୟ ଯୁବକ ଜଣକ ସୁସ୍ଥ ଥିବା ଜଣାପଡିଛି । ବାଲିପଦର ଫାଣ୍ତି ପୋଲିସ୍ ମେଡିକାଲରେ ପହଞ୍ଚି ମରଶରୀରକୁ ଜବତ କରି ଶବ ବ୍ଯବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।