କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା , ଚିଠି ଲେଖିଲେ କେନ୍ଦ୍ର ସଂସ୍କୃତି

ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ରାଜ୍ୟରେ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ।

ତେବେ ହଜାରେ ବର୍ଷର ସହର କଟକ ବାଲିଯାତ୍ରାର ସ୍ୱତନ୍ତ୍ରତା କାହିଁ କେଉଁ କାଳରୁ ରହି ଆସିଛି । ବାଲିଯାତ୍ରା ଖାଲି କଟକ ନୁହେଁ ସାରା ଓଡିଶାର ପରିଚୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବାଲିଯାତ୍ରା । ଆଉ ଏପରି ସ୍ଥଳେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ ।