ଗାଈକୁ ମହାବଳ ବାଘ ଖାଇଥିବାର ଫଟୋ ଟ୍ରାପ କ୍ୟାମେରାରେ କଏଦ

ରାୟଗଡା :  ରାୟଗଡା ବ୍ଲକ କୁମୁଲୁସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗାଈକୁ ଗୋଟିଏ ମହାବଳ ବାଘ ଖାଇଥିବାର ଫଟୋ ଗୋଟିଏ ଟ୍ରାପ କ୍ୟାମେରାରେ କଏଦ ହୋଇଛି I ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶର ସାରାଳି  ନିକଟରେ ବୁଲୁଥିବାର ଖବର ରହିଥିଲା I ବର୍ତ୍ତମାନସେ ମହାବଳ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି I ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି I ମାରି ଥିବା ଗାଈର ଅନୁକୁମ୍ପା ମୂଳକ ରାଶି ସରକାରଙ୍କ ଧାର୍ଯ୍ୟ ଅନୁସାରେ 37500 ଟଙ୍କା ରୁସାନ ଶବରଙ୍କୁ ଅତିଶୀଘ୍ର ଦିଆଯିବ I