ମା ମାର୍କମା ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ରବିନ୍ଦ୍ର କୁମାର ସାହୁ (ବିଷମ କଟକ) : ବିଷମକଟକ ମା ମାର୍କମା+୩ ମହାବିଦ୍ୟାଳୟରେ (ନୂଆ-ଓ)ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ  ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଷମକଟକର ବରିଷ୍ଠ ଆଇନଜୀବୀ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଓ ପୂର୍ବତନ ସଭାପତି ଜି ମନ୍ମଥ ରାଓ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ସୁଦର୍ଶନ ରଥ ଓ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଉମାଶଙ୍କର ନେମାଲପୁରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସରକାରଙ୍କ ଏହି (ନୂଆ-ଓ) ଯୋଜନାକୁ ସମସ୍ତେ ପ୍ରଶଂସା କରିବା ସହ ସମସ୍ତ ଛାତ୍ରଛାତ୍ରୀ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ। ଏହା ଦ୍ଵାରା ଯୁବ ପ୍ରତିଭାର ବିକାଶ ହେବା ସହ ସେମାନଙ୍କ ପାଠ ପଢା ସହ କ୍ରୀଡା,ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ। ଆଜି ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲିବ । ଦୌଡ଼ ପ୍ରତିଯୋଗିତା ଗୁଡିକ  ଡିସେମ୍ବର ୧୩ ତାରିଖରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଧ୍ୟକ୍ଷ ଡ଼ଃ ଅଶ୍ୱିନୀ କୁମାର ପଣ୍ଡା କହିଛନ୍ତି।ଏହି କାର୍ଯ୍ୟକ୍ରମଟିକୁ ଇଂରାଜୀ ଅଧ୍ୟାପକ ସଂଜୟ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସହଯୋଗରେ ପାଳିତ ହୋଇଛି। ପ୍ରାୟତଃ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର  ସହ ଯୋଗ ଦେଇଛନ୍ତି । ସରକାର ଏହିପରି  କାର୍ଯ୍ୟକ୍ରମ ପ୍ରତିବର୍ଷ କରିଲେ ଛାତ୍ରଛାତ୍ରୀ ମାନେ ଅଧିକ ଉତ୍ସ।ହିତ ହେବେ ବୋଲି ମତ ପ୍ରକାଶ ପାଇଛି।