ଦଦରାଗାଡିରେ ଟଙ୍କା ବୁହା

ସୁଧୁରୁନି ଠିକା ସଂସ୍ଥା

କଟକ ଆଠଗଡ ଠାରେ ହୋଇଥିବା ଟଙ୍କା ଲୁଟ୍ ଘଟଣା ସମ୍ପର୍କରେ ଆପଣ ମାନେ ଜାଣିଥିବେ । ଦିନ ଦ୍ୱିପ୍ରହରରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିଲେ ୧.୫କୋଟରୁି ଉର୍ଦ୍ଧ ଟଙ୍କା । ଆଜିକୁ ବହୁତ ଦିନ ପୁରିଯାଇଥିଲେ ମଧ୍ୟ ଟେର୍ ପାଉନି ପୋଲିସ୍ । ଆଉ ଏପଟରେ ଦଦରା ଗାଡିରେ କିଭଳି ବୁହାଯାଉଥିଲା ଟଙ୍କା ତାକୁ ନେଇ ଉଠିଛି ପ୍ରଶ୍ନ । ଏଟିଏମ୍ ଟଙ୍କା ବୁହା ଗାଡିର ଚାରିଆଡେ ବନ୍ଧା ହୋଇଛି ତାର,ପଛରେ ନାହିଁ ଲାଇଟ୍,କେଉଁ ଚକର ଟାୟାର ଘୋରି ହୋଇଗଲାଣି ତ କାହାର ଅବସ୍ଥା ନାହିଁ । ଗାଡିରେ କ୍ୟାମେରାଅଛିସତ କିନ୍ତୁ ନାମକୁ ମାତ୍ର । ଗାଡିଟି ସମ୍ପୂନ୍ନ କବାଡିଆ ଗାଡି ଭଳି ହୋଇଯାଇଛି । କିନ୍ତୁ ବୁହାଯାଉଛି କୋଟି କୋଟି ଟଙ୍କା । ସେହି ଗାଡିରେ ୬ ଜଣ କର୍ମଚାରୀ ଅଛନ୍ତି । ୨ଜଣ ବନ୍ଧୁକ ଧାରୀ,ସୁରକ୍ଷା କର୍ମୀ ,୩ଜଣ କର୍ମଚାରୀ ଓ ଜଣେ ଡ୍ରାଇଭର । ଗତମାସ ୧୦ ତାରିଖରେ ତିଗିରିଆ ଥାନା ଗୋଡିଝରିଆ ନୂଆ ସଡକ ଋାସ୍ଥାର କଲିମ୍ ବଗିଚା ନିକଟରେ ଦୁର୍ବୃତ୍ତ ମାନେ ଏଟିଏମ୍ ଗାଡିରୁ ୧.୫ କୋଟିରୁ ଉର୍ଦ୍ଧ ଟଙ୍କା ଲୂଟକରି ନେଇଗଲେ । ଏହି ଘଟଣାରେ ପୋଲିସ୍ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସମ୍ପର୍କରେ ପ୍ରଶ୍ନ ଉଠେଇଛି । ପୋଲିସ୍ର କହିବା କଥାକି ଏଗାଡିଟିର ସୋଚନୀୟ ଅବସ୍ଥା ହୋଇ ମଧ୍ୟ ଏଜେନ୍ସି ସଚେତନ ହେଉନାହଁ କଣ ପାଇଁ । ଏବେ ସୁଦ୍ଧା ଲୁଟେରାଙ୍କ ବାବଦରେ ପୋଲିସ୍ ଜାଣିପାରୁନଥିବା ବେଳେ ପୁଣି ଏହି ଦଦରା ଗାଡିଟି ସମାନ ଜଙ୍ଗଲ ବାଟଦେଇ ଯାଅ ଆସ କରୁଛି । ଟଙ୍କା ଲୁଟ୍ ହେଲେ ଠିକା ବିମା କମ୍ପାନୀରୁ ଲୁଟ୍ ଟଙ୍କା ଆଦାୟ କରିହେବବୋଲି ଜଣେ ବରିଷ୍ଠ ପୋଲିସ୍ କହିଛନ୍ତି । ଏଠି ପୋଲିସ୍ ୨ ଧାର ଖଣ୍ଡା ଉପରେ ଚାଲୁଥିବା ବେଳେଠିକା ସଂସ୍ଥା ବେଫିକର ରହିଛି । ତିଗିରିଆ ପୋଲିସ୍ କୁ ଅପରାଧି ମାନେ ବାରମ୍ବାର ଚ୍ୟାଲେଞ୍ଜ୍ କରୁଥିବା ବେଳେ ,ପୋଲିସ ୍ ବିଭାଗ ଜାଣି ଶୁଣି ଚୁପ୍ ଅଛି ନା ଅପରାଧ ô କିଏ ଜାଣି ପାରୁନାହଁ ବୋଲି ସାଧାରଣରେ ଅଲୋଚନା ?