ଗୋଟିଏ ଟ୍ରାକରେ ୩ଟ୍ରେନ । ବଡ ଦୁର୍ଘଟଣାରୁ ବର୍ତ୍ତିଲା ୩ ଟ୍ରେନ । ଏଭଳି ଏକ ବଡ ଅଘଟଣକୁ ଏଡାଇ ଦିଆ ଯାଇଛି । ବଡ ଅଘଟଣର ଖବର ରାଉଲକେଲାରୁ ସାମ୍ନାକୁ ଆସିଛି । ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହାଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହେଉଥିବା ରାଉରକେଲା ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।
ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । କିନ୍ତୁ ବଡ ଦୁର୍ଘଟଣା ପୂର୍ବରୁ ଏହାକୁ ରୋକି ପାରିଛି ରେଳ ବିଭାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏକାସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି?