ପୁରୀ : ପୁରୀ ପୌରପାଳିକା ନିର୍ବାଚିତ ପ୍ରତିନିଧି ନଥିବାରୁ ପ୍ରଶାସନ ପରିଚାଳନା କରୁଛନ୍ତି। ପ୍ରଶାସନିକ ଅବହେଳା ଯୋଗୁଁ ସହରରେ ମଶା ଉପଦ୍ରବ ବୃଦ୍ଧି ପାଇଛି। ମଶା ଅନେକ ରୋଗର ବାହକ ହୋଇଥିବା ଜାଣି ମଧ୍ୟ ନିରାକରଣ କରାଯାଉନାହିଁ। ନାଳନର୍ଦ୍ଦମା ସଫା ନକରିବା, ମଶା ତେଲ ନପକାଇବା, ମଶା ଧୁଆଁ ନିୟମିତ ନଦେବା ଆଦି କାରଣରୁ ସହରରେ ମଶା ବୃଦ୍ଧି ପାଇଛନ୍ତି।

ଫଳରେ ସାଧାରଣ ଲୋକ ମାନେ ବିଭିନ୍ନ ରୋଗରେ ପଡିତ ହେଉଛନ୍ତି । ସେଥିପାଇଁ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିବା ସହ ପୁରୀ ପୌରସଂସ୍ଥା ସମ୍ମୁଖରେ ଝୁଣା ଲଗାଇ ପ୍ରତିବାଦ କରିଛନ୍ତି । ଯାହା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପୁରୀବାସୀଙ୍କୁ ତୁରନ୍ତ ମଶା ଉପଦ୍ରବରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ପୂର୍ବରୁ ଆମ୍ ଆଦମୀ ପାର୍ଟି ପୌରସଂସ୍ଥା ସମ୍ମୁଖରେ ମଶାରୀ ଟାଙ୍ଗି ପ୍ରତିବାଦ କରିଥିବା ବେଳେ ଏଥର ଝୁଣା ଲଗାଇ ପ୍ରତିବାଦ କରିଛି। ତେବେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଆମ୍ ଆଦମୀ ପାର୍ଟି।