ଖାଲି ଚେୟାରରେ ଶେଷ ହେଲା ଜିଲ୍ଲାସ୍ତରିୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଉଦଯାପନି ଉତ୍ସବ

ଜଗତସିଂହପୁର (ପ୍ରତାପ କୁମାର ସିଂ) : ଜଗତସିଂହପୁର ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରିୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳାର ଉଦଯାପନି ଉତ୍ସବ ଗତସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ବିରାଟ ଆକାରରେ ଟେଣ୍ଟ ବନ୍ଧାଯାଇ ଏହାର ଆୟୋଜନ କରାଯାଇଥିଲା । ଉଦଯାପନୀ ଉତ୍ସବ ଥିଲା  ଲୋକଶୁନ୍ୟ ।

ହାତଗଣତି କିଛି ବିଭାଗୀୟ କର୍ମଚାରୀ , ପୋଲିସ କର୍ମଚାରୀ , ସାମ୍ବାଦିକଙ୍କୁ ଛାଡିଦେଲେ ସଭାସ୍ଥଳ ଥିଲା ଖାଁ ଖାଁ । ନିମନ୍ତ୍ରିତ ଅତିଥିମାନେ ସଭାମଞ୍ଚରେ ଶୂନ୍ୟ ସଭାସ୍ଥଳ ଓ ଖାଲି ପଡିଥିବା ଚେୟାରକୁ ଅନେଇ ଭାଷଣ ଦେଉଥାନ୍ତି ଯାହାକି ସେଠାରେ ହାସ୍ୟପଦ ପରିସ୍ଥିତି ସୃଷ୍ଟି କରିଥିଲା  ।

ସଭା ମଞ୍ଚରେ ଅତିଥିମାନେ ଭାଷଣ ଦେଉଥିବା ସମୟରେ ଏଣେ ସଭାସ୍ଥଳରେ ଚେୟାରରେ ବସିଥିବା ହାତଗଣତି କିଛି ଦର୍ଶକ ନିଜ ମୋବାଇଲ ଦେଖିବାରେ ବ୍ୟସ୍ତ ଥିବାର ଦେଖାଯାଇଥିଲା । ଦୁଇଦିନିଆ ମେଳାର ଉଦଯାପନି ଉତ୍ସବ ଦିନ ସେଠାରେ ପଡିଥବା ଅଧିକାଂଶ ପ୍ରଦର୍ଶନୀ ଷ୍ଟଲ ଖାଁ ଖାଁ ପଡିଥିଲା ।

ଲୋକଙ୍କର ପାଦ ସେଠାରେ ପଡି ନ ଥିଲା । ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଆୟୋଜିତ ହୋଇଥିବା ଏହି ସରକାରି ଉତ୍ସବ ସପୂର୍ଣ ଫିକା ପଡିଯାଇଥିବା ଓ ଏହି ଲକ୍ଷାଧିକ ଟଙ୍କା ପାଣିରେ ପଡି ଯାଇଥିବାର ଜନସାଧାରଣରେ ଆଲୋଚନା ହେଉଛି ।

ତଥାପି ମେଳାର ଶେଷଦିନରେ ୭୨ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା  ଓ ସନ୍ଧ୍ୟାରେ ବିନା ଚାଷୀ ଓ ଲୋକରେ ଉଦଯାପନି ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଅତିରିକ୍ତ ନିର୍ଦେଶକ ପ୍ରାଣୀ ପ୍ରଜନନ ବୀରକିଶୋର ପରିଡା , ମତ୍ସ୍ୟବିଭାଗର ଯୁଗ୍ମ ନିର୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଦଜାପନି ମେଳାରେ ଓଡିଶା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡାକ୍ତର ସୁଷେନ କୁମାର ପଣ୍ଡା ,ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ କୈଳାସ ଚନ୍ଦ୍ର ମଲ୍ଲିକ ଓ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରିଣୀ କୁମାରୀ ରେଶମାରାଣୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଲୋଚନାଚକ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜିଲ୍ଲାର ସଫଳ ପ୍ରାଣୀସମ୍ପଦ ଓ ମତ୍ସ୍ୟ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।