ହିଞ୍ଜିଳିକାଟୁ କେଉଟ ସାହିରେ କାର୍ତ୍ତିକେଶ୍ୱର ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ କେଉଟ ସାହିଠାରେ କାର୍ତ୍ତିକେଶ୍ୱର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ପୁରୋହିତ କିଶୋର ଚନ୍ଦ୍ର ପାଠୀଙ୍କ ଦ୍ୱାରା ପୂଜା କାର୍ୟ୍ୟ ସମ୍ପନ୍ନ ହୋଇଥିଲା। ତେବେ ଆସନ୍ତା ମାସ ୨୧ ତାରିଖରୁ କାର୍ତ୍ତିକ ମାସ ଶେଷ ରାସ ପୂର୍ଣ୍ଣିମା ପର୍ୟ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି କାର୍ୟ୍ୟକ୍ରମରେ ମଇନା ବେହେରା, ହିମାଂଶୁ ବେହେରା ସ୍ଵାଧୀନ ବେହେରା, ଘନଶ୍ୟାମ ବେହେରା, ଶିଶିର ପାତ୍ର, ଲକ୍ଷ୍ମଣ ବେହେରା, ବୁଲୁ ବେହେରାଙ୍କ ସମେତ କେଉଟ ସାହିର ବହୁ ଯୁବକ ଉପସ୍ଥିତ ଥିଲେ।