ଭବାନୀପାଟଣା : ଉଧାର ଟଙ୍କା ମାଗିବା ପଡିଲା ମହଙ୍ଗା । ଯୁବକଙ୍କୁ ପେଟ୍ରୋଲ ଡାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡିର ଭବାନୀପାଟଣାରେ । ଅଞ୍ଜନ ପାଢୀ ନାମକ ଜଣେ ଯୁବକ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ ଟଙ୍କା ପେରାଇବାକୁ ବାରମ୍ବାର କହୁଥିଲେ । ଫଳରେ ଜାଲି ରାତିରେ ତାଙ୍କୁ ଘରେ ପେଟ୍ରୋଲ ଡାଳି ନିଆଁ ଲଗାଇ ଦେଇଛନ୍ତି । ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିିତ୍ସାଲୟ ରେ ଭର୍ତ୍ତି କରାଯାଇଛି।