ଦିଲ୍ଲୀର ବାୟୁ ଗୁଣାବତ୍ତାରେ ଆସୁନି ସୁଧାର

ନୂଆଦିଲ୍ଲୀ: ସୁଧୁରିବାର ନା ଧରୁନି ଦିଲ୍ଲୀର ସ୍ଥିତି । ବାୟୁ ଗୁଣାବତ୍ତାରେ ଆସୁନି ସୁଧାର । ଡରାଇବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଦୀପାବଳି ପରେ ବି ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ୪୦୦ ଉପରେ ରହିଛି । ଯାହା କି ସବୁଠାରୁ ଅତ୍ୟନ୍ତ ଖରାପ ସ୍ଥିତି । ଦିଲ୍ଲୀର ଆନନ୍ଦ ବିହାର, ପୁରମ, ପଞ୍ଜାବୀ ବାଗ୍ରେ, ଜାହାଙ୍ଗୀରପୁରୀରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନସିଆରରେ ମଧ୍ୟ ବାୟୁର ମାନ ବିପଦପୂର୍ଣ୍ଣ ରହିଛି । କାଲି ପର୍ୟ୍ୟନ୍ତ ରାଜଧାନୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ରହିବ। ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ୧୩ଟି ହଟସ୍ପଟ ସହରରେ ଅଗ୍ନିଶମ ବାହିନୀ ଜଳ ସିଞ୍ଚନ କରୁଥିବା କୁହାଯାଉଛି ।