କରଞ୍ଜିଆ (ବସନ୍ତ କୁମାର ସୋରେନ) : ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବିଳମ୍ବିତ ରାତିରେ ବନ କର୍ମଚାରୀ ଓ ପୋଲିସର ମିଳିତ ଉଦ୍ୟମରେ ଏକ ଶାଳ କାଠ ବୋଝେଇ ପିକଅଫ ଭ୍ୟାନକୁ ଜବତ କରିଛନ୍ତି। ଅନ୍ଧକାରର ସୁଯୋଗ ନେଇ ଚୋରାରେ ନେଉଥିବା କାଠ ବ୍ୟବସାୟୀ ମାନେ ଫେରାର ହୋଈ ଯାଇଛନ୍ତି।ଜବତ କାଠ ବୋଝେଇ ଗାଡିକୁ ବନ ବିଭାଗ ସାତକୋଶିଆ ରେଞ୍ଜ କାର୍ଯ୍ୟାଳୟକୁ ଆଣି ତଦନ୍ତ ଚାଲିଛି ।
ମିଳିଥିବା ସୂଚନା ଅନୁଯାୟୀ ଚୋରାରେ କାଠ ଚାଲାଣ ହେଉଥିବା ନେଇ ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଫରେଷ୍ଟର ଗିରିଜା ନନ୍ଦ ଦଳେଈ,ବିଶ୍ୱଜିତ ମହାନ୍ତ ଓ ଅନ୍ୟ ବନକର୍ମଚାରୀ ମହୁଲଡ଼ିହା ଥାନା ଏଏସଆଇ ସନ୍ତୋଷ ନାଏକ ଏବଂ ପୋଲିସ କର୍ମଚାରୀ । ରାତି ପ୍ରାୟ ୨ ଟା ସମୟରେ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଆଁବେଡା ଗ୍ରାମ ବାଉଁଶକୁଦର ସାହିରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ନମ୍ବର ଲିଭି ଯାଇଥିବା ପିକଅଫ ଭ୍ୟାନରେ ୩ ଟି ଶାଳ ଗଣ୍ଡି ବୋଝେଇ ହୋଈ ଥିବା ଗାଡିକୁ ଧରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ କାଠ ବ୍ୟବସାୟୀ ମାନେ ଫେରାର ହୋଇ ଯାଇଥିବା ବେଳେ ବନବିଭାଗ ଘଟଣାର ତଦନ୍ତ କରୁଛି।