ଗଞ୍ଜାମ (ରଜନୀକାନ୍ତ ପାତ୍ର) : ବ୍ରହ୍ମପୁର MKCG ମେଡିକାଲ ହସ୍ପିଟାଲ ଗତ 2008 ମସିହା ଏପ୍ରିଲ ମାସ 1 ତାରିଖ 2020 ଡିସେମ୍ବର 31 ତାରିଖ ତଥା 12 ବର୍ଷ ଗଞ୍ଜାମ ମେଇନ ପାୱାର ସିକ୍ୟୁରୁଟି ସର୍ଭିସ ଚାଲି ଆସୁଥିଲା l ଦୁଇ ବର୍ଷ କୋଭିଡି ସମୟରେ ସିକ୍ୟୁରୁଟି କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ ଡ଼ିଉଟି କରିଥିଲେ l ଓଡିଶା ସରକାରଙ୍କ ଠାରୁ ଏରିଅର ଟଙ୍କା ଆସିବାକୁ ଥିବା ସିକ୍ୟୁରୁଟି କର୍ମଚାରୀ ମାନଙ୍କର ଗତ ଦୁଇ ବର୍ଷ ଟଙ୍କା ସ୍ଥଗିତ ହୋଇଯାଇଛି l ଏହାର ଅଭିଯୋଗ କର୍ମଚାରୀ ମାନେ ପାୱାର ସିକ୍ୟୁରିଟି ସର୍ଭିସ ଅଫିସକୁ ବାରମ୍ବାର ଯାଇ ବୁଝା ସୁଝା କରିବାକୁ ଆସିଥିଲେ l ପରେ ଅଫିସର ମେନେଜିଙ୍ଗ ଡ଼ାଈରକ୍ଟର ଟୁନା ପାଣିଗ୍ରାହୀ କର୍ମଚାରୀ ମାନଙ୍କୁ ଦର୍ଶାଇଥିଲେ ଜେ, ମୋ ପାଖକୁ ଏରିଅର ଟଙ୍କା ଆସିନି l ସବୁ MKCG ମେଡିକାଲ ପାଖରେ ଅଛି ବୋଲି ଜଣାଇଥିଲେ l ବର୍ତ୍ତମାନ ଦେଖିବାକୁ ବାକି ରହିଲା MKCG ମେଡିକାଲ କର୍ତ୍ତୃପକ୍ଷ ଏ ସମସ୍ୟା ର ସମାଧାନ କେବେ ଦୂର କରିବେ l