ଦକ୍ଷିଣ- ପଶ୍ଚିମ ରେକଜାନେସ୍ ପେନିନସୁଲାରେ ଲଗାତର ଅନେକ ଗୁଡିଏ ଭୂକମ୍ପ ଅନୁଭବ ହେଉଛି । ଏହା ପରେ ଆଇସିଲ୍ୟାଣ୍ଡରେ ଶୁକ୍ରମାର ଦିନ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟକା ଦେଇଛି ।
ଭୂକମ୍ପ ପରେ ସିଭିଲ ସୁରକ୍ଷା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତି ପକ୍ଷରୁ କୁହାଯାଇଛି , ଗ୍ରୀନଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିଗରରେ ସିରିଜ୍ ଭୂକମ୍ପ ଯୋଗୁ ନାଗରିକମାନଙ୍କ ସୁରକ୍ଷା ପାଇଁ ଜାତୀୟ ପୁଲିସ ମୁଖ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ କହିଛି ଯେ. କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଏହିଠାରେ ହିଁ ଶୁକ୍ରବାର ଭୂକମ୍ପ ହୋଇ ସମଗ୍ରୀ ଅଞ୍ଚଳକୁ ଥରାଇ ଦେଇଛି। ଯଦି ଆଗାମୀ ଦିନରେ ଏହି ଭୂକମ୍ପ ହେତୁ ଲାଭା ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ହୁଏ ତ ଲୋକମାନଙ୍କୁ ସ୍ଥାନାନ୍ତର ଯୋଜନା ବି ରହିଛି।