ରାତି ୧୦ ପରେ ଟୁଇନ ସିଟିରେ ପୁଟିବ ନାହିଁ ବାଣ ; ମାର୍ଗଦର୍ଶିକା ଜାରି କଲା କମିସନରେଟ ପୋଲିସ

ଭୁବନେଶ୍ୱର : ରାତି ୧୦ଟା ପରେ ଟୁଇନ ସିଟିରେ ଫୁଟିବ ନାହିଁ ବାଣ । ଏନେଇ ଆଜି କମିସନରେଟ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜରି କରାଯାଇଛି । ଏଥିରେ କୁହାଯାଇଛି ଯେ, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । କେବଳ ୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ହେଲେ ବାଣ କେବଳ ରାତି ୧୦ଟା ଭିତରେ ହିଁ ଫୁଟାଯାଇପାରିବ । ତେବେ ଯେଉଁମାନେ ବେଆଇନ୍ ଭାବେ ବାଣ ଫୁଟାଇବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।