ନୂଆବର୍ଷରୁ ଫେସବୁକ୍ ଆଣିବ ନୂଆ ନିୟମ

ଭୁବନେଶ୍ୱର: ଫେସ୍ବୁକ୍ ଓ ଇନ୍ଷ୍ଟା ପାଇଁ ଆସିବ ନୂଆ ନିୟମ । ମେଟା ଏନେଇ ସୂଚନା ଦେଇଛି । ଏହାଦ୍ୱାରା ଏଆଇ ବା କୁତ୍ରିମ ବୁଦ୍ଧିମତା ଅଥବା ଡ଼ିଜିଟାଲ୍ କୌଶଳ ବ୍ୟବହାର କରି ଫଟୋ ବା ଭିଡ଼ିଓକୁ ବଦଳାଉଥିବା ବ୍ୟବହାରୀଙ୍କ ପାଇଁ କଟକଣା ଲାଗିବ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡ଼ିପ ଫେକ ବା କୁତ୍ରିମ ବୁଦ୍ଧିମତା ପ୍ରୟୋଗରେ ବଦଳାଯାଇଥିବା ଭିଡ଼ିଓକୁ ନେଇ ଚର୍ଚ୍ଚା ହେବା ପରେ ମେଟା ଏନେଇ ସତର୍କ ହୋଇଛି । ଏହି ପୋଷ୍ଟରେ ବ୍ୟକ୍ତି ଅନ୍ୟଜଣଙ୍କ ଭିଡ଼ିଓରେ ଅଭିନେତ୍ରୀଙ୍କ ଛବି ଯୋଡ଼ି ଅବିକଳ ତାଙ୍କ ଭଳି ତିଆରି କରିଥିଲେ । ଯାହା ସମସ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଥିଲା । ଏହାକୁ ନେଇ ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉଦ୍ବେଗ ପ୍ରକାଶ କରିଥିଲେ । ତେଣୁ ଏହି ନୂଆ ନିୟମ ନୂଆ ବର୍ଷରୁ ଲାଗୁ ହେବ ବୋଲି ସୁଚନା ମିଳିଛି । ଯିଏ ଯାହାର ଫଟୋକୁ ନେଇ ଡ଼ିଜିଟାଲ କୌଶଳ ପ୍ରୟୋଗ କରି ବ୍ୟବହାର କରୁଛନ୍ତି । ଦିନକୁ ଦିନ ଏହାର ବ୍ୟବହାର ବଢ଼ିବାରେ ଲାଗିଥିବାରୁ ଏହା ସୋସିଆଲ ମିଡ଼ିଆ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏନେଇ ଭାରତ ସରକାର କିଛିଦିନ ତଳେ ସୂଚନା ପ୍ରଯୁକ୍ତି ଆଇନ ଧାରାକୁ ମନେ ପକାଇଦେବା ସହ ବିଭିନ୍ନ ସୋସିଆଲ ମିଡ଼ିଆକୁ ଜଣାଇ ଦେଇଥିଲେ । ଏହି ନିୟମ ଅନୁସାରେ କୁତ୍ରିମ ବୁଦ୍ଧିମତା ବା ଏଆଇ ବ୍ୟବହାରକାରୀ ତିଆରି ହୋଇଥିବା ଛବି ବା ଭିଡ଼ିଓ ପୋଷ୍ଟିଂ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ କେହି ଦାୟୀ ନୁହନ୍ତି ବୋଲି ଘୋଷଣା କରିବେ । ଯଦି କେହି ଏହି ଏଆଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଥାନାକୁ ଯାଇ ଆଇନର ସହାୟତା ନେବାକୁ ମଧ୍ୟ ସଚେତନ କରାଯାଇଛି ।