ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଛନ୍ତି। ଆଜି ରଜନୀକାନ୍ତ ସିଂ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି। ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ। ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।

ରଜନୀକାନ୍ତ ସିଂ ୨୦୦୪ରୁ ଲଗାତାର ଅନୁଗୁଳରୁ ଜିତିଆସୁଛନ୍ତି। ରଜନୀକାନ୍ତ ୨୦୧୨-୨୦୧୪ ଯାଏ ଖଣି ମନ୍ତ୍ରୀ ଥିଲେ ।ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂ ଜଣେ ଦୃଢ ସଙ୍ଗଠନ ଭାବେ ପରିଚିତ।