ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି। ଏକାସାଙ୍ଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଭୁବନେଶ୍ବର ଓ ଭଦ୍ରକର ୬ଟି ଠିକଣାରେ ରେଡ୍ ଚାଲିଛି।
ଭୁବନେଶ୍ବର ଭିଏସ୍ଏସ ନଗରରେ ଥିବା ବିଲ୍ଡିଂ GL 73, ପ୍ଲଟ ନମ୍ବର 9505 ରେ ଚଢ଼ାଉ କରାଯାଉଥିବା ବେଳେ ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ,ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ କରାଯାଉଛି। ଏଥି ସହିତ ପିଏଚ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଉନ୍ନତି ଭବନରେ ଥିବା ଅଫିସ ଭିତରେ ବି ଚାଲିଛି ରେଡ଼। ଏହି ରେଡରେ ୭ ଡିଏସ୍ପି, ୫ ଇନ୍ସପେକ୍ଟର, ୮ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଉଛି।