ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସିନେପୋଲିସ୍ ଏବଂ ରାଉଣ୍ଡ୍ ଟେବୁଲ ଇଣ୍ଡିଆ ସେମାନଙ୍କ ବାର୍ଷିକ ସିଏସଆର୍ କାର୍ଯ୍ୟକ୍ରମ ‘ଲେଟସ୍ ଅଲ ଗୋ ଟୁ ସିନେପୋଲିସ’ର ଆୟୋଜନ କରିଛନ୍ତି ।ସିନେମା ସଭିଙ୍କ ପାଇଁ ଏକ ଚିନ୍ତାଧାରା । ଦେଶବ୍ୟାପୀ ପିଲାମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ଯାଦୁକୁ ପ୍ରସାରିତ କରିବାଏହାର ଲକ୍ଷ୍ୟ । ୨୦୧୪ରୁ ଆରମ୍ଭ ହୋଇଥିବା ଏ ଅଭିଯାନ ହଜାର ହଜାର ପିଲାଙ୍କ ପାଇଁ ସୀମାହୀନ ପ୍ରେରଣାର ସେତୁ ପାଲଟିଛି ।
ଚଳିତବର୍ଷ ଦେଶବ୍ୟାପୀ ୧୦,୦୦୦ ଆର୍ଥିକ ଅନଗ୍ରସର ଥିଲା ସିନେମାର ଯାଦୁ ଦେଖିବାର ସୁଯୋଗ ପାଇଛନ୍ତି । ଏ ପରିପ୍ରେକ୍ଷୀରେ ସିନେପୋଲିସ୍ ଇଣ୍ଡିଆର ସିଇଓ ଦେବାଙ୍ଗ୍ ସମ୍ପତ୍ କହିଛନ୍ତି ଯେ, ଏଭଳି ଏକ ଦୁନିଆର କଳ୍ପନା କରାଯାଉ, ଯେଉଁଟି ସ୍ୱପ୍ନର କୌଣସି ସୀମା ନ ଥିବ, ଯେଉଁଠି ପିଲାମାନେ ସିନେମାର ମ୍ୟାଜିକ୍କୁ ଅନୁଭବ କରିବେ । ବର୍ଷ ପରେ ବର୍ଷ ସିନେମାର ଏକ୍ସପୋଜର ମାଧ୍ୟମରେ ପିଲାମାନଙ୍କ ମନର ବିକାଶ କରି ସିନେପୋଲିସ ଇଣ୍ଡିଆର ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି ।
ରାଉଣ୍ଡ୍ ଟେବୁଲ ଇଣ୍ଡିଆର ରାଷ୍ଟ୍ରୀୟ ଅଧ୍ୟକ୍ଷ ଟେବୁଲର ରବିନ ଅଗ୍ରୱାଲା କହିଛନ୍ତି ଯେ, ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସିନେପୋଲିସ ସହ ମିଳିତ ହୋଇ ରାଉଣ୍ଡ୍ ଟେବୁଲ ଇଣ୍ଡିଆ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି ।ଦେଶର ୩୮ଟି ସହରରେ ଥିବା ୫୧ଟି ସିନେପୋଲିସ୍ ଥିଏଟରରେ ୧୦,୦୦୦ ପିଲା ମାଗଣାରେ ସିନେମା ଦେଖିବାର ସୁଯୋଗ ପାଇଛନ୍ତି । ନିଜ ସୁବିଧା ଅନୁସାରେ ପିଲାମାନେ ନିକଟସ୍ଥ ଷ୍ଟେଟ୍ ଅଫ୍ ଦି ଅ।।ର୍ଟ ସିନେମା ଭେନ୍ୟୁରେ ପ୍ରେରଣା ଦାୟୀ ମୁଭି ‘ଜବାନ’କୁ ଖେିଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇଛି ଏହି ଅଭିଯାନ । ଜୀବନ କାଳ ପାଇଁ ଏହା ସେମାନଙ୍କର ସ୍ମୃତି ହୋଇ ରହିବ ବୋଲି ରାଉଣ୍ଡ୍ ଟେବୁଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।ବର୍ଷ ବର୍ଷ ପରି ‘ଲେଟ୍ସ ଅଲ୍ ଗୋ ଟୁ ସିନେପୋଲିସ୍’ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଖୁସି ଦେଇଆସିଛି ।