ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଲେ ଟୁଟୁ ନାୟକ , ଖାରବେଳ ନଗର ଥାନାରେ ମାମଲା ରୁଜୁ

ଭୁବନେଶ୍ୱର : ପୁଣି ବିବାଦରେ ଓଡିଆ ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଟୁଟୁ ନାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଟୁଟୁ ନାୟକ ମାଡ ମାରିଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ସମ୍ବାଦିକା । ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଅଭିଯୋଗ କରିଛନ୍ତି ଯେ ସେ ଏକ ଚଳଚିତ୍ରର ପ୍ରିମିୟର୍‌ ଶୋ’ର ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିବା ନେଇ ଅଭିଯୋଗ ହୋଇଛି। ଦେବସ୍ମିତାଙ୍କ ଅଭିଯୋଗ ପରେ ଖାରବେଳ ନଗର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହଲ୍‌ରେ ପୁଲସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ କରୁଥିବା ଜଣାପଡିଛି।

ପ୍ରଯୋଜକ କାହିଁକି ମାଡ଼ ମାରିଲେ, ତାହା ଜଣାପଡ଼ିନଥିବା ବେଳେତେବେ ଅଭିଯୋଗ କରିଥିବା ମହିଳା ସାମ୍ବାଦିକା ଦେବସ୍ମିତା ରାଉତ କହିଛନ୍ତି ଯେ କଣ ପାଇଁ ମୋତେ ବାଡ଼େଇଲେ ମୋତେ ଜଣା ନାହିଁ। ପଛପଟୁ ଆସି ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମୋ ସମ୍ମାନରେ ଆଞ୍ଚ ଲାଗିଛି, ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦେବସ୍ମିତା କହିଛନ୍ତି।