ମରାମତି କାର୍ଯ୍ୟ ଶେଷ ହେବାପରେ ଟ୍ରାକରେ ଗଡିଲା ଟ୍ରେନ

ବିଶାଖାପାଟଣା: ସରିଲା ମରାମତି କାର୍ଯ୍ୟ , ଗଡିବା ଆରମ୍ଭ କରିଚି ଟ୍ରେନ । ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକର ମରାମତି କାର୍ଯ୍ୟ ଶେଷ ହେବାପରେ ଟ୍ରାକରେ ଗଡିଲା ଟ୍ରେନ । ଆଜି ଅପରାହ୍ନ ୨.୩୬ରେ ପ୍ରଥମେ ପ୍ରଶାନ୍ତି ଏକ୍ସପ୍ରେସ ସେହି ଟ୍ରାକ ଦେଇ ଯାଇଥିଲା । ଏହା ପରେ ଏକ୍ସପ୍ରେସ, ପାସେଞ୍ଜର ଓ ମାଲବାହି ଟ୍ରେନ ସେହି ଟ୍ରାକରେ ଚଳାଚଳ କରିଥିବା ରୋଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଯେ ଅକ୍ଟୋବର ୨୯ ତାରିଖ(ରବିବାର) ସନ୍ଧ୍ୟା ପ୍ରାୟ ୭ଟାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲେ। ସେହି ଟ୍ରାକ୍ରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଟ୍ରେନ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ କରାଯାଇଥିଲା। ଟ୍ରାକ୍ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଇଥିବାବେଳେ ଟ୍ରାକ୍ ମରାମତି ସହ ବଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିଲା। ଟ୍ରାକ୍ ମରାମତି ହେବାପରେ ଟ୍ରାଏଲ୍ କରାଯାଇଥିଲା ଏବଂ ଏହାପରେ ପ୍ରଶାନ୍ତି ଏକ୍ସପ୍ରେସ ଯିବାକୁ ଅନୁମତି ଦିଆଯାଇଥିଲା।