ଇପୋଥାଇରଏଡ ବ୍ୟକ୍ତିମାନଙ୍କ ଓଜନ ବହୁତ ଜଲଦି ହ୍ରାସ ପାଇଥାଏ । ଯଦି ଦୁର୍ବଳ ଲାଗିବା,ମୁଣ୍ଡବିନ୍ଧା, ବାରମ୍ବାର ଭୋକ ଲାଗିବା, ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ଦେଖାଯିବା ଭଳି ଲକ୍ଷଣ ସହ ଖୁବ୍ ଶୀଘ୍ର ଓଜନ ହ୍ରାସ ପାଇଥାଏ ତେବେ ଏହା ହାଇପୋଥାଇରଏଡର ଲକ୍ଷଣ ହୋଇପାରେ । କିନ୍ତୁ କେବେ ହାଇପୋଥାଇରଏଡ ବ୍ୟକ୍ତିମାନଙ୍କ ଓଲଟା ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥାଏ । ଅର୍ଥାତ କିଛି ବ୍ୟକ୍ତିଙ୍କ ବହୁତ ଜଲଦି ବଢିବାକୁ ଲାଗିଥାଏ । ଅନେକ ଥର ଚିନ୍ତା କାରଣରୁ ମଣିଷ କମ ଭୋକ ଲାଗିଥାଏ । କମ୍ ଖାଇବା କାରଣରୁ ମଧ୍ୟ ମଣିଷ ଶରୀରକୁ ଆବଶ୍ୟକ ଇନ୍ଧନ ମିଳିପାରିନଥାଏ । ଏଭଳି ପରିସ୍ଥିତିରେ ଶରୀରର ମୋଟାପଣ ଗ୍ଲୁକୋଜରେ ପରିବର୍ତ୍ତନ ହୋଇଥାଏ ଏବଂ ଶରୀର ଏହାକୁ ଇନ୍ଧନ ରୂପେ ବ୍ୟବହାର କରିଥାଏ । ଏହି କାରଣରୁ ମଧ୍ୟ ଓଜନ କମ ହେବାରେ ଲାଗିଥାଏ ।
ଅତ୍ୟଧିକ ଓଜନ ହ୍ରାସ ହେବାର କାରଣ ହେଉଛି ମାନସିକ ରୂପେ ଦୁର୍ବଳ ହେବା । ଯଦି କୌଣସି ବ୍ୟକ୍ତି ମାନସିକ ରୂପେ ସମସ୍ୟାରେ ରହିଥାନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଥାଏ ତେବେ ଏଭଳି ବ୍ୟକ୍ତିଙ୍କର ଓଜନ ଖୁବ୍ ଶୀଘ୍ର ବଢିବାକୁ ଲାଗିଥାଏ କିମ୍ବା କମିଥାଏ । ଅନେକ ଘଟଣାରେ ଅଧିକ ପ୍ରେସର ନେବା କାରଣରୁ ମଧ୍ୟ ଓଜନ ହ୍ରାସ ପାଇଥାଏ । ଯେତେବେଳେ ଆମେ କମ ଖାଦ୍ୟ ଖାଇଥାଉ ସେତେବେଳେ ମଧ୍ୟ ଆମ ଶରୀରକୁ ଉଚିତ କ୍ୟାଲୋରୀ ବା ଶକ୍ତି ମିଳିପାରିନଥାଏ । ଏହା ବ୍ୟତୀତ ଲିଭର କିମ୍ବା ହୃଦରୋଗ ସମସ୍ୟା କାରଣରୁ ମଧ୍ୟ ଓଜନ କମ ହୋଇପାରେ । ଏହି କାରଣରୁ ଓଜନ କମ ହେଲେ କେବେ ବି ଅଥଦେଖା କରନ୍ତୁ ନାହିଁ । ଅନେକଥର ପେଟ ଏବଂ ଆନ୍ତ୍ରିକ ସମ୍ବନ୍ଧିତ ରୋଗ କାରଣରୁ ଶରୀର ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିନଥାଏ ।