ଭୁବନେଶ୍ୱର : ବିଚ ରାସ୍ତାରେ ସିକ୍ୟୁରୀଟି ଗାର୍ଡ କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କଲେ । K 1 ସିକ୍ୟୁରୀଟି ଏଜେନ୍ସି ରେ ସିକ୍ୟୁରୀଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସଙ୍କ ଉପରେ ରାତି ଅଧରେ ହୋଇଛି ମରଣାନ୍ତକ ଆକ୍ରମଣ । ତିନି ଜଣ ଦୁର୍ବୁତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କ ଉପରେ ନିର୍ମମ ଭାବେ ଚୋଟ ପରେ ଚୋଟ ପକେଇ ଫେରାର ହୋଇଛନ୍ତି । ଭୁବନେଶ୍ୱର ମଙ୍ଗରାଜ ପଏଣ୍ଟରୁ ପୁରୀ ବାଇପାସ ରୋଡ଼ ଯିବା ରାସ୍ତାରେ ଘଟିଛି ଏହି ଘଟଣା । ଗୌରାଙ୍ଗ ଦାସଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି କମିଶନରେଟ ପୋଲିସ ପିସିଆର ଷ୍ଟାଫ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।