ନାଳ ଭିତରେ ପଶିଗଲା ମହାପ୍ରୟାଣ ଗାଡି , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତେଲିମୁଣ୍ଡା ଛକ ନିକଟରେ ଥିବା ଏକ ନାଳ ଭିତରେ ଏକ ମହାପ୍ରୟାଣ ଗାଡି ପଡି ଯାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସକାଳୁ ଏହି ମହାପ୍ରୟାଣ ଗାଡିଟି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ଏକ ଶବ ନେଇ ବାଲିଗୁଡା ବ୍ଲକ ର ବାଟାଗୁଡା ଗାଁ କୁ ଯାଇଥିଲେ । ଶବ ଛାଡି ଫେରିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ପୋଲ ଭିତରକୁ ପଶିଯାଇ ପାଣିରେ ଭାସୁଥିଲା । ଯାହା ରାସ୍ତାରେ ଯାଉଥିବା ରତଙ୍ଗ  ପଞ୍ଚାୟତ ପୋଡ଼ାପଡା ଗାଁ ର ସୁବାସ ମୁଖି ନାମକ ଜଣେ ବ୍ୟକ୍ତି ଘଟଣାକୁ ଦେଖି ତୁରନ୍ତ ପାଣିଭିତରେ ଭାସୁଥିବା ଗାଡ଼ିରୁ ଡ୍ରାଇଭର କୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ଗାଡିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଗାଡିର ଡ୍ରାଇଭର ଜଣକ ଅତ୍ୟଧିକ ମଦ୍ୟପାନ କରିଥିବା ରୁ ଗାଡିଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ପ୍ରତକ୍ଷ ଦର୍ଶୀ ମତ ଦେଇଥିବା ବେଳେ ଗୁରୁତର ଆହତ ହୋଇଥିବା ଡ୍ରାଇଭର ଜଣକ ଜିତେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ଡ଼୍ରାଇଭର ଜିତେନ୍ଦ୍ର ଏବେ ସୁସ୍ଥ ଥିବା ଜଣାପଡ଼ିଛି ।