ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମସା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ସେନା ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ ସେନାହ ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ ଏବସ ଗାଜାରେ ଏବେ ଯାଏଁ ୩୦୦୦ରୁ ଅଧିକ ଳୋକଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେଇଛନ୍ତି । ଏହି ଯୁଦ୍ଧ ଆରମ୍ଭ ହେବା ପରେ କିଛି ଲୋକ ଇସ୍ରାଏଲ୍ ସପକ୍ଷରେ ଅଛନ୍ତି ଏବଂ କିଛି ଲୋକ ପାଲେଷ୍ଟାଇନ ନାମରେ ହାମାସ ପରି ଏକ ନିଷ୍ଠୁର ଆତଙ୍କବାଦୀ ସଂଗଠନ ସପକ୍ଷରେ ଅଛନ୍ତି । ସେମାନେ ହାମାସ ସପକ୍ଷରେ ବାତାବରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବରେ ପ୍ରମାଣ କରିବା ପାଇଁ ସୋସିଆଲ ମିଡିଆରେ ଏକ ଅଭିଯାନ ମଧ୍ୟ ଚଳାଉଛନ୍ତି ।
ୟୁରୋପୀୟ ୟୁନିଅନର ଚେତାବନୀ ପରେ X ହାମାସ ସହିତ ସଂଯୁକ୍ତ ୧୦୦ ରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଛି। ଏ ବାବଦରେ X ର ସିଇଓ ଲିଣ୍ଡା ୟାକାରିନୋ କହିଛନ୍ତି ଯେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ପରେ ଶହ ଶହ ଆକାଉଣ୍ଟ ବନ୍ଦ ହୋଇଯାଇଛି କିମ୍ବା ସେମାନଙ୍କ ବିଷୟବସ୍ତୁକୁ ଲେବଲ୍ / ବ୍ଲକ କରାଯାଇଛି । ଲୀଣ୍ଡା କହିଛନ୍ତି ଯେ ଏହି ସମସ୍ତ ହ୍ୟାଣ୍ଡେଲ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ହାମାସ ସହିତ ସଂଯୁକ୍ତ ଏବଂ ସୋସିଆଲ ମିଡିଆରେ ହଜାର ହଜାର ବିଭ୍ରାନ୍ତିକର ବିଷୟବସ୍ତୁ ସେୟାର କରୁଥିଲେ ।