ଟାଙ୍ଗି : ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗି ରେଞ୍ଜରେ ଏବେ 18ରୁ ଅଧିକ ହାତୀ ରହୁଛନ୍ତି। ସେହି ହାତୀ ମାନେ ପଟିଆ ଜଙ୍ଗଲରେ ରହୁଥିବାରୁ ସେଠାରେ ଏବେ ଖାଦ୍ୟ ସମସ୍ୟା ଦେଖା ଦେଇଛି।ବନ ବିଭାଗ ସଠିକ ପରିଚାଳନା ନୀତି ଗ୍ରହଣ କରୁନଥିବାରୁ ଏହା ଏବେ ଏକ ବଡ଼ ସମସ୍ୟା ପାଲଟିଛି। ହାତୀ ମାନେ ଜନ ବସତିକୁ ପଳାଇ ଆସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି। ଆଜିସେହିଭଳି ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ପଲାଇ ଆସି ଉଗ୍ରତାରା ନିକଟରେ ଆତଙ୍କ ମଚଇଥିବା ଜଣା ପଡିଚ୍ଛି। ଏପଟେ ବନ ବିଭାଗ ନିକଟରେ ଖଭର ନଥିବା ଜଣା ପଡିଛି।ଫଳରେ ଲୋକେ ଭୟଭୀତ ହୋଇ ପଦଛନ୍ତି। ତେଣୁ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।