‘ଆନିମାଲ’ ଟିଜର ରିଲିଜ, ଖୁନଖାର ଲୁକରେ ରଣବୀର

ରଣବୀର କପୁରଙ୍କ ‘ଆନିମାଲ’ଫିଲ୍ମର ଟିଜର ରିଲିଜ ହୋଇଛି । ଟିଜରରେ ରଣବୀରଙ୍କ ଭିନ୍ନ ଅନଦାଜ ଦେଖିବାକୁ ମିଳିଛି । ଏଥିରେ ସିଏ ଚକଲେଟ ବୟ ନୁହେଁ ଆକ୍ସନ , ଧମାକା ଓ ଫାଇଟ କରିବାର ଦେଖିବାକୁ ମିଳିଛି । ଯାହା ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫିଳ୍ମରେ ରଣବୀରଙ୍କ ନାୟିକା ସାଜିଛନ୍ତି ରଶ୍ମିକା ମନ୍ଦନା ।ଏହି ଫିଲ୍ମରେ ଅନିଲ କପୁର ରଣବୀରଙ୍କ ବାପା ଭୂମିକାରେ ନଜର ଆସିଛନ୍ତି । ଏହି ଟିଜରଟି ରଣବିରଙ୍କ ଜନ୍ମ ଦିନରେ ରିଲିଜ ହୋଇଛି । ଟିଜର ଆରମ୍ଭରୁ ରଣବୀରଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛନ୍ତି ।

ଟିଜରରେ ୨୯ ସେକେଣ୍ଡର କ୍ଲିପ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମଟି ଅଗଷ୍ଟରେ ରିଲିଜ ହେବାର ଥିଲା । କିନ୍ତୁ ଅଗଷ୍ଟରେ ସନ୍ନି ଦେଓ୍ଵଲଙ୍କର ଫିଲ୍ମ ‘ଗଦର ୨’ ଏବଂ ଓଏମଜି ୨ ରିଲିଜ ହେବା ଯୋଗୁଁ ଫିଲ୍ମଟି ରିଲିଜ ହୋଇନଥିଲା । ଫିଲ୍ମଟି ଆସନ୍ତା ଡିସେମ୍ବର ୧ ତାରିଖରେ ରିଲିଜ ହେବାକୁ ରହିଛି । ଏଥିରେ ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ବବି ଦେଓ୍ଵଲ, ତୃପ୍ତି ଡିମରୀ ପ୍ରମୁଖ ଭୂମିକାରେ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା ଦେଉଛନ୍ତି । ସନ୍ଦୀପ ପୂର୍ବରୁ କବୀର ସିଂ, ଅର୍ଜୁନ ରେଡ୍ଡୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।