ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ : ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବାରିପଦା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକ | ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକ କାଳୀନ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଦୁଇଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନିସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

ବାରିପଦା ରଘୁନାଥପୁରରେ ତିନି ମହଲା ଆବାସିକ ଘର , ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ। ଏଥିସହିତ ସହକାରୀ ଯନ୍ତ୍ରୀଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।