ଗୁହାଳଡାଙ୍ଗିରିରେ ଲାମ୍ପସ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ଗୋରୁମୋହିଷାଣିଠାରେ କାର୍ଯ୍ୟ କରୁଥିବା ଗୁହାଳଡାଙ୍ଗିରି ଲାମ୍ପସକୁ ଗୁହାଳଡାଙ୍ଗିରିଠାରେ କାର୍ଯ୍ୟକ୍ଷମ କରିବାଜୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି l ଆଜି  ରାଇରଙ୍ଗପୁରସ୍ଥିତ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଗୁହାଳଡାଙ୍ଗିରି ସରପଞ୍ଚ ବିଶୁ ମୁଣ୍ଡାଙ୍କ ନେତୃତ୍ୱରେ ସମିତି ସଭ୍ୟା ଭବାନୀ ନାୟକ, ନାଏବ ସରପଞ୍ଚ ସେମାନ୍ତି ହେମ୍ବ୍ରମ, ୱାର୍ଡ ସଭ୍ୟ/ସଭ୍ୟା ବୁଦୁନୀ ନାଏକ, ଗଙ୍ଗାମଣି ଗିରି, ପ୍ରମିଳା ନାଏକ, ପ୍ରମିଳା ନାୟକ, ଦେଶାଇ ନାଏକ, ରଶ୍ମି ବିନ୍ଧାଣି, ଘାସିରାମ ମାଝୀ, ପମା ମାର୍ଣ୍ଡି, ସିଂଗୋ ମିର୍ମୁ, ସରୋଜ କୁମାର ମୁଣ୍ଡାରୀ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଛନ୍ତି l ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗରେ ପଞ୍ଚାୟତିରାଜ ର ଲୋକ ପ୍ରତିନିଧିମାନେ ଦର୍ଶାଇଛନ୍ତି ଯେ ଗୁହାଳଡାଙ୍ଗିରିଠାରୁ ଗୋରୁମୋହିଷାଣି ପ୍ରାୟ ୧୦ରୁ ୧୨କିଲୋମିଟର ଦୂର l ଏହା ସତ୍ବେ ଦୀର୍ଘଦିନ ଧରି ଗୁହାଳଡାଙ୍ଗିରି ଲାମ୍ପସଟି ଗୋରୁମୋହିଷାଣିଠାରେ କାର୍ଯ୍ୟ କରି ଆସୁଛି l ଯାହା ଫଳରେ ସ୍ଥାନୀୟ ପଞ୍ଚାୟତବାସୀମାନେ ଅନେକ ସମୟରେ ଲାମ୍ପସ ତରଫରୁ ମିଳୁଥିବା ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି l ଧାନ ବିକ୍ରୟ ସଂକ୍ରାନ୍ତୀୟ ସୂଚନା ପାଇବାରୁ ସେମାନଙ୍କୁ ବଞ୍ଚିତ କରା ଯାଉଛି l ଏ ସମ୍ପର୍କରେ ଅନଲାଇନ ସମ୍ବନ୍ଧୀୟ ସୂଚନା ଦିଆଯାଉ ନାହିଁ କି ନୋଟିସ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଦିଆଯାଉ ନାହିଁ l ଗୁହାଳଡାଙ୍ଗିରିଠାରେ ଖାତା ଲାମ୍ପସ ନାଁରେ 0.17 ଡେସିମିଲ ଜାଗା ରହିଛି l ତୁରନ୍ତ  ଏହି ଜାଗା ଉପରେ ସମବାୟ ସମିତି ବା ଲାମ୍ପସକୁ କାର୍ଯ୍ୟକ୍ଷମ କରାଯିବାରେ ପଦକ୍ଷେପ ନିଆଯିବାକୁ ଦାବି ହେଉଛି l