ଉତ୍ତର କୋରିଆ : ସାଗର ମଧ୍ୟକୁ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ । ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ୟେଲୋ ସି ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଛି। ଭୋର୍ ପ୍ରାୟ ୪ଟା ସମୟରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ବିଷୟରେ ଦକ୍ଷିଣ କୋରିଆ ଓ ଆମେରିକା ଗୁଇନ୍ଦା କର୍ତ୍ତୃପକ୍ଷମାନେ ଅନୁଶୀଳନ କରୁଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍’ ଏକ ବିବୃତିରେ କହିଛନ୍ତି।
ଗତ ଗୁରୁବାର ମଧ୍ୟ ନର୍ଥକୋରିଆ ପକ୍ଷରୁ କେତେକ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଆମେରିକା ଓ ସାଉଥକୋରିଆ ମଧ୍ୟରେ ଚାଲିଥିବା ୧୧ ଦିନିଆ ଉଲଚି ଫ୍ରିଡମ ସିଲ୍ଡ ମିଳିତ ସମରାଭ୍ୟାସକୁ ନର୍ଥ କୋରିଆ ତୀବ୍ର ବିରୋଧ କରିଥିଲା। ତେବେ ଗତ ଗୁରୁବାର ଏହି ମିଳିତ ସମରାଭ୍ୟାସ ଶେଷ ହୋଇଥିଲା ।