ମୋହନା: ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ୨ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାରେ । ମୃତ ଦୁଇଜଣ ହେଉଛନ୍ତି ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ , ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହାକ । ଦୁହେଁ ସମ୍ପର୍କରେ ମାମୁଁ ଏବଂ ଭଣଜା ହେବେ ।
ସୂଚନା ଅନୁସାରେ , କ୍ରସର ନିକଟରେ ଥିବା ପଥର କୁଆଁରରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ମାମୁଁ ଭଣଜା ଏକ ବଡ ପଣତ ବ୍ଲାଷ୍ଟିଂ ପରିଚାଳନା କରୁଥିଲେ ।ଏହି ସମୟରେ ଏକ ବିଶାଳ ପଥର ପଡ଼ି ୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମୋହନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ଚେଷ୍ଟା ଜାରି ରଖିଛନ୍ତି।