ସୀମା-ସଚିନ ଏବଂ ନସରୁଲ୍ଲା-ଅଞ୍ଜୁଙ୍କ କାହାଣୀକୁ ନେଇ ପରଦାକୁ ଆସିବ ଏକ ଫିଲ୍ମ

ନୂଆଦିଲ୍ଲୀ : ଏମିତି କେହି ବି ଲୋକ ନଥିବେ ଯିଏ ପାକିସ୍ତାନରୁ ଭାରତୀୟ ପ୍ରେମିକ ସଚିନ ପାଇଁ ଦୌଡ଼ି ଆସିଥିବା ସୀମା ହାଇଦରଙ୍କୁ ଜାଣିନଥିବେ। ପ୍ରେମ ପାଇଁ ନିଜ ସ୍ବାମୀଙ୍କୁ ଛାଡ଼ି ୪ ଜଣ ପିଲାଙ୍କୁ ସାଥୀରେ ଧରି ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତ ପ୍ରବେଶ କରିଥିବା ସୀମା ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି। ଏଥିସହ ନସରୁଲ୍ଲାଙ୍କୁ ବିବାହ କରିବାକୁ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ବି ଚର୍ଚାର ବିଷୟ ପାଲଟିଛନ୍ତି | ତେବେ ଏହି ଦୁଇ ଯୋଡ଼ିଙ୍କୁ ନେଇ ପରଦାକୁ ଆସିବ ଏକ ଫିଲ୍ମ | ପ୍ରଡ୍ୟୁସର ଅମିତ ଜାନୀ ଦୁଇଟି ଫିଲ୍ମ କରିବାକୁ କରିଛନ୍ତି ଯୋଜନା। ଏଥିପାଇଁ ଦୁଇ ଫିଲ୍ମର ଟାଇଟଲ ବି ବୁକ୍‌ କରାଯାଇଛି।

ଉଦୟପୁରରେ ହତ୍ୟା କରାଯାଇ ଥିବା କହ୍ନୈୟାଲାଲଙ୍କ ଉପରେ ଜାନୀ ଫାୟାରଫକ୍ସର ବ୍ୟାନରରେ A Tailor murder story ଫିଲ୍ମ ତିଆରି ହେଉଛି। ପ୍ରଡ୍ୟୁସର ଅମିତ୍‌ ଜାନୀ ଏହି ଫିଲ୍ମରେ ସୀମା ହାଇଦରଙ୍କୁ ର ‘ ଏଜେଣ୍ଟର ଚରିତ୍ର ଅଫର କରିଛନ୍ତି। ଏଥିସହ ସଚିନ ଓ ସୀମାଙ୍କ ପ୍ରେମ କାହାଣୀ ଉପରେ ଏକ ସିନେମା ନିର୍ମାଣ ହେବ। ସିନେମାର ନାମ ରହିବ ‘କରାଚି ଟୁ ନୋଇଡା’। ପ୍ରଡକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି କି ସୀମାଙ୍କ ବ୍ୟତୀତ ଅଞ୍ଜୁ ଓ ନସରୁଲ୍ଲାଙ୍କର କାହାଣୀ ଉପରେ ମଧ୍ୟ ଫିଲ୍ମ ତିଆରି କରିବାର ନିଷ୍ପତ୍ତି ନିଆଯାଇଛି।

ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ଓ ନସରୁଲ୍ଲାଙ୍କର କାହାଣୀ ଉପରେ ଯେଉଁ ଫିଲ୍ମ ହେବ ଏହାର ଟାଇଟଲ ମେରା ଅବଦୁଲ ଐସା ନହିଁ ହୈ ବୁକ୍‌ କରାଯାଇଛି। ଏହା ବ୍ୟତୀତ ପାଲଘରରେ ସନ୍ଥଙ୍କ ହତ୍ୟା ଉପରେ ମଧ୍ୟ ମୋବ୍ଲିଚିଂର ନାମରୁ ୱେବସିରିଜ୍‌ ଟାଇଟଲକୁ ବୁକ୍‌ କରାଯାଇଛି। ଅମିତ ଜାନୀ କହିଛନ୍ତି କି ଏପଟେ ଏ ଟେଲର ମର୍ଡର ଷ୍ଟୋରୀର ସୁଟ୍‌ ଶେଷ ହେବାର ତୁରନ୍ତ ପରେ ଏହି ୩ଟି ଫିଲ୍ମର ଷ୍ଟୋରୀ ଓ ସ୍କ୍ରିପ୍ଟ ଲେଖା ଯିବ। ସେ କହିଛନ୍ତି , କରାଚୀ ଟୁ ନୋଏଡା ଫିଲ୍ମରେ ସୀମା ହାଇଦରଙ୍କୁ ହିଁ କାଷ୍ଟ କରାଯିବ। ଆଗାମୀ ସପ୍ତାହରେ ଏହି ଫିଲ୍ମର ଥିମ୍‌ ସଙ୍ଗ ବି ଲଞ୍ଚ କରାଯିବ।