ମଦ୍ୟପ ବ୍ୟକ୍ତିଙ୍କ ଘରକୁ ଜିବାର ବନ୍ଦୋବସ୍ତ କରିବେ ସରକାର

ବ୍ୟୁରୋ: ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାଶ କରିଥାନ୍ତି । ମଦ୍ୟପ ମାନଙ୍କ ଦ୍ୱାରା ସଡକ ଦୁର୍ଘଟଣା ଅଧିକାଶଂ ସମୟରେ ହୋଇଥାଏ । କିଛି ଦେଶ ଏହା ଉପରେ କଠୋର କାର୍ଯ୍ୟ ଅନୁଷ୍ଠାନ ନିୟନ୍ତି ତ ଆଉକିଛି ଦେଶ ସଚେତନଧର୍ମୀ କାର୍ଯ୍ୟକ୍ରମ କରିଥାନ୍ତି । ଏହି ସବୁ ଭିତରେ ଇଟାଲି ସରକାରଙ୍କ ନୂଆ ପ୍ରୟାଶ ଦେଖିବାକୁ ମିଳିଛି ।

ଯଦି କେହି କ୍ଲବ କିମ୍ବା ବାରରେ ମଦ୍ୟପାନ କରିଦେଇଛନ୍ତି ତେବେ ଘରକୁ ଜିବାର ବନ୍ଦୋବସ୍ତ କରିବେ ସରକାର । ତାଙ୍କୁ ଟ୍ୟାକ୍ସି ଜରିଆରେ ଘର ପର୍ୟ୍ୟନ୍ତ ମାଗଣାରେ ପହଞ୍ଚାଯିବ। ଏହା ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କୌଣସି ବି ଚାର୍ଜ ନିଆଯିବ ନାହିଁ। ଏପରି କି, ଟ୍ୟାକ୍ସିର ଭଡ଼ା ମଧ୍ୟ ସରକାର ଦେବେ।

ପାଇଲଟ୍ ପ୍ରୋଜେକ୍ଟ ରୂପେ ଏହାକୁ ଏକ ମାସ ପାଇଁ ଲାଗୁ କରାଯିବ। ଯଦି ସଫଳତା ମିଳେ, ତା’ ହେଲେ ଏହି ଯୋଜନା ସ୍ଥାୟୀ ରୂପେ ଲାଗୁ ହେବ। ଇଟାଲି ସରକାରଙ୍କ ଏହି ଯୋଜନା ଆଗାମୀ କିଛି ଦିନ ଭିତରେ ଲାଗୁ ହୋଇଯିବ।

ଏହା ଅଧୀନରେ ମଦ୍ୟପ ମାନଙ୍କୁ ମାଗଣାରେ ଟ୍ୟାକ୍ସି ସୁବିଧା ଉପଲବ୍ଧ କରାଯିବ। ସଡ଼କ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରୋଜେକ୍ଟ ବର୍ତ୍ତମାନ ସେପ୍ଟେମ୍ବର ମଧ୍ୟଭାଗ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ।