ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ବଲାଙ୍ଗିରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବଲାଙ୍ଗିର : ଆଜି ୧୨ ଘଣ୍ଟା ବନ୍ଦ ରହିବ ବଲାଙ୍ଗିର । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଜାରି ରହିବ । ଏହି ସମୟ ମଧ୍ୟରେ ବଲାଙ୍ଗିରର ସମସ୍ତ ସରକାରୀ ବେସରକାରି ଅନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ବଲାଙ୍ଗିରରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପାଟଣାଗଡ ବ୍ଲକ ଛକରେ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଏହି ବନ୍ଦ ଡାକରା ପାଳନ କରାଯାଉଛି । ହିନ୍ଦୁ ଜାଗରଣ ମଞ୍ଚ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପାଟଣାଗଡରେ ପର୍ଶୁରାମ ମୂର୍ତି ସ୍ଥାପନ କୁ ନେଇ ବିବାଦ ତେଜିବାରେ ଲାଗିଛି ।