ସମ୍ବଲପୁର: ସମ୍ବଲପୁରରେ ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁ ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପାଣି ପଶିଛି। ବର୍ଷା ଯୋଗୁଁ ମନ୍ଦିର ବୁଡ଼ିଥିବା ଦେଖିବାକୁ ମିଳିଛି । ମନ୍ଦିର ବୁଡ଼ିବା ସହ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଛି । ସେପଟେ, । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀରରେ ପାଟଣେଶ୍ୱରୀ ମନ୍ଦିର ଭିତରେ ପାଣି ପଶିଛି । ମାଆଙ୍କ ମୂର୍ତ୍ତି ଅଧା ବୁଡ଼ି ଯାଇଛି । ସେହିପରି ପୁରାତନ ଗୋପାଳଜୀ ମନ୍ଦିର ପରିସରରେ ପାଣି ଭରି ରହିଛି ।