ରାହୁଲଙ୍କ ବିବାହକୁ ନେଇ ସୋନିଆଙ୍କୁ ପ୍ରଶ୍ନ କଲେ ମହିଳା

0

ରିପୋଟର୍ସ ଟୁଡେ ବ୍ୟୁରୋ:  ରାହୁଲ ଗନ୍ଧୀଙ୍କ ବିବାହକୁୁ ନେଇ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ହରିଆଣାରୁ ଆସିଥିବା ଜଣେ ମହିଳା । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ହରିଆଣା ଚାଷୀ । ବିଭିନ୍ନ ପ୍ରସଙ୍ଗରେ ଚାଷୀଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ନେତା । ଏହି ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ ପାଖକୁ ଆସି ରାହୁଲ ଗାନ୍ଧୀଙ୍କ ବିବାହ ବିଷୟରେ କହଥିଲେ । ଜବାବରେ ସୋନିଆ ଗାନ୍ଧୀ କହିଥିଲେ, ପୁଅ ପାଇଁ ଝିଅ ଦେଖ । ୫୩ ବର୍ଷୀୟ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ପାଟନାରେ ବିରୋଧୀ ଦଳ ବୈଠକ ସମୟରେ ଆରଜେଡି ଅଧ୍ୟକ୍ଷ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଲାଲୁ ପ୍ରସାଦ ରାହୁଲଙ୍କୁ ବିବାହ କେବେ କରିବେ ବୋଲି ପଚାରିଥିଲେ । ତେବେ ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରୁଛି ।