ଗାଡ଼ିକୁ ବନାଇଦେଲେ ବିଳାସମୟ ‘ବେଡ୍‌ରୁମ୍‌’

ନୂଆଦିଲ୍ଲୀ: ଆଜିକାଲି ବ୍ଲଗିଙ୍ଗ ଯୁବ । ଭିନ୍ନ ଭିନ୍ନ ପ୍ରକାରର ଭିଡିଓ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ମୋଟର ବ୍ଲେଗର ମାନେ ଯୁଟୁବରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ସବୁ ସେୟାର କରୁଥିବାର ଦେଖିବାକୁ ମିଳେ । ନିତଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯୁବକ ଜରକ ନିଜ କାରକୁ ବେଡ ରୁମ ବନାଇ ଦେଇଛନ୍ତି । ଭିଡିଓରେ ଦେଥିବାକୁ ମିଳିଛି ଯୁବକ ଜଣକ କାରରେ ସୁନ୍ଦର ବେଡରୁମ୍ ରୂପ ଦେଇଛନ୍ତି । ସେ ହେଉଛନ୍ତ ଜଣାଶୁଣା ୟୁଟ୍ୟୁବର ଦୀପକ ଗୁପ୍ତା । ନିକଟରେ ସେ ତାଙ୍କର ୫ ଡୋର ବିଶିଷ୍ଟ ଏକ ବଡ଼ ଏସୟୁଭିକୁ ବେଡରୁମର ରୂପ ଦେଇଥିବା ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀଙ୍କ ସହ ମିଶି କିପରି ଭାବେ ଗାଡ଼ିରୁ ସିଟ୍ କାଢ଼ି ତାହାକୁ ଏକ ବେଡ୍ରୁମ୍ର ରୂପ ଦେଉଛନ୍ତି ତାହା ଆପଣ ଦେଖି ପାରୁଥିବେ। ବେଡ୍ରୁମ୍ ପୂରାପୂରି ପ୍ରସ୍ତୁତ ହୋଇଯିବା ପରେ ସେ ନିଜ କ୍ୟାମେରାରେ ପୂରା ଗାଡ଼ିର ଭିତର ଅଂଶ ଦେଖାଉଛନ୍ତି।