ମୁମ୍ବାଇ : ବିମାନରେ ଯୁବତୀଙ୍କୁ ଅସଦାରଣ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯୁବତୀଙ୍କୁ ଅସଦାକରିଛନ୍ତି ଜଣେ ପ୍ରଫେସର । ପିଡିତା ଜଣକ ହେଲେ ଜଣେ ୨୪ ବର୍ଷିୟା ଡାକ୍ତର ମହିଳା । ବିମାନରେ ଯାତ୍ରା କରିବା ସମୟରେ ପ୍ରଫେସର ଯୁବତୀଙ୍କ ସହ ଏକା ସିଟରେ ବସିଥିଲେ । ଏହି ସୁଯୋଗର ଲାଭ ଉଠାଇ ସେ ଯୁବତୀଙ୍କ ସହ ଅସଦାଚରଣ କରିଥଲେ । ଏହାକୁ ବିରୋଧ କରିବାକୁ ବିମାନ ଭିତରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ଯୁବତୀଙ୍କ ଅଭିଯୋଗରେ ପ୍ରଫେସରଙ୍କୁ ଗିରଫ କରାଯାଇଛି ।
ସୂଚନା ମୂତାବକ, ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେପ୍ରଫେସର ଯୁବତୀଙ୍କ ସହ ଏକା ସିଟରେ ବସିଥିଲେ । ବିମାନଟି ଲ୍ୟାଣ୍ଡ କରିବାର କିଛି ସମୟ ପୂର୍ବରୁ ପ୍ରଫେସର ଯୁବତୀଙ୍କ ସହ ଅସଦାଚରଣ କରିଥଲେ । ଯୁବତୀ ଜଣକ ପ୍ରଫେସରଙ୍କୁ ବିରୋଧ କରିବାରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବଢିଯିବା ଫଳରେ ଏହାକୁ ବିମାନର କର୍ମଚାରୀ ରୋକିବାକୁ ଚେଷ୍ଟା କରିଥିଲେ । ଏହା ସମାଧାନ ନ ହେବାରୁ ଦୁହିଁଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।
ଏହା ପରେ ଯୁବତିଙ୍କ ଅଭିଯୋଗରେ ପ୍ରଫେସରଙ୍କୁ ପୋଲିସ ଗିରଫ କରିଥିଲା ।ପୋଲିସ ଶ୍ରୀବାସ୍ତବଙ୍କ ବିରୋଧରେ ଆଇପିସି ଧାରା ୩୫୪ ଏବଂ ୩୫୪ ଏ ଅଧିନରେ ମାମଲା ରୁଜୁ କରିଥିଲା ।ତେବେ ଇଣ୍ଡିଗୋ ତରଫରୁ ଏହି ଘଟଣାକୁ ନେଇ କୌଣସି ବୟାନ ଆସିନାହିଁ ।