ଭୁବନେଶ୍ୱର: ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ନୟାପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନୟାପଲ୍ଲୀରେ ଥିବା ଜକ ମାର୍ବଲ ଦୋକାନ କର୍ମରଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ନୟାପଲ୍ଲୀ ପୋଲିସ। ଷ୍ଟାଫ୍ ରୁମ୍ ରୁ ଉଦ୍ଧାର କରାଗଲା ଝୁଲନ୍ତା ମୃତଦେହ। ପ୍ରାଥମିକ ସୂଚନାରୁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣକ ଜକ ମାରବଲ୍ ର କର୍ମଚାରୀ। ତେବେ କାହିଁକି ଓ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ ।