ମାହାଙ୍ଗା: ମାଙ୍କଡ଼ ଆତଙ୍କ ପାଇଁ ଭୟଭିତ ଗ୍ରାମବାସୀ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ ମାଙ୍କଡ ଆତଙ୍କ । ଭୟରେ ଘରୁ ବାହାରି ପାରୁନାହାନ୍ତି ଲୋକେ। ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ ଓ ଟ୍ୟୁସନ ମଧ୍ୟ ଯାଇପାରୁନାହାଁନ୍ତି । ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କରିସାରିଲାଣି ଦନ୍ତା। ହଠାତ୍ ମାଙ୍କଡ ଆସି କାମୁଡି ଦେଉଥିବା ଲୋକମାନେ କହୁଛନ୍ତି । ଭୟରେ ଠେଙ୍ଗା ବାଡ଼ି ଧରି ଗାଁର ଯୁବକମାନେ ଜଗି ରହୁଛନ୍ତି। ଏନେଇ ବନ ବିଭାଗକୁ ଜଣାଇ ଥିଲେ ସୁଦ୍ଧା କିଛି ପ୍ରତିକାର ନିଆଯାଇନଥିବା ଅଭିଯୋଗ ହୋଇଛି।