ପାରାଦୀପ: ଚଳିତବର୍ଷ ପାରାଦୀପ ଅଞ୍ଚଳବାସୀ ଦେଖିବାକୁ ପାଇବେ ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା l ବିଗତ ତିନି ବର୍ଷ ହେବ କୋଭିଡ ଓ ଆର୍ଥିକ ସଂକଟରେ ଗତି କରୁଥିବା ବିଭିନ୍ନ ସଂଘଠନ ପକ୍ଷରୁ ବନ୍ଦ ରହିଥିବା ବିଶ୍ବପ୍ରସିଦ୍ଧ ପାରାଦୀପ ବିଶ୍ଵକର୍ମା ପୂଜା l ଚଳିତ ବର୍ଷ ଆୟୋଜିତ ହେବାକୁ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଏନେଇ ପାରାଦୀପ ବନ୍ଦର କର୍ତ୍ତୁପକ୍ଷଙ୍କ ତରଫରୁ ସମସ୍ତ ପୂଜା କମିଟ ମାନଙ୍କୁ ଡକାଯାଇ, ବନ୍ଦର ପ୍ରଶାସନିକ ଭବନ ସମ୍ମିଳନୀ କକ୍ଷରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି | ବନ୍ଦର ସଚିବ ଡଃ ପି ଏନ ବାହେକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ପାରାଦୀପ ବନ୍ଦର ପ୍ରସାଶନିକ ଭବନ ବୋର୍ଡ ରୁମରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଦାୟିତ୍ଵରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ଜେନା , ପାରାଦୀପଆଦର୍ଶ ଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ , ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ , ଇଷ୍ଟେଟ ଅଫିସର ବିଶ୍ୱଜିତ ମିଶ୍ର , ପାରାଦୀପ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାପତି ଶ୍ରୀକାନ୍ତ ପରିଡା ଏବଂ ବହୁ ପୂଜା କମିଟି ର ସଦସ୍ୟ ମାନେ ଯୋଗଦେଇ ଚଳିତ ବର୍ଷ ପୂଜା ଉପରେ ବ୍ୟାପକ ଆଲୋଚନା କରାଯାଇଛି | ଆସନ୍ତା ୨୭ ତାରିଖ ରେ ପାରାଦୀପ ପୌରପରିଷଦ ଭବନ ରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି |