ଲାଞ୍ଚ ନେଇ ଧରାପଡ଼ିବା ବେଳେ ସରକାରୀ ବାବୁଙ୍କ ଅଜବ କାରନାମା

କଟନୀ:  ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶର କଟନୀରୁ ଆସିଛି ଏଭଳି ଆଶ୍ଚର୍ୟ୍ୟକର ଦୃଶ୍ୟ । ପଟୱାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ସରକାରୀ ବାବୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିବା ଭୟରେ ଲାଞ୍ଚ ଟଙ୍କାକୁ ଚୋବାଇ ଗିଳିଦେଇଥିଲେ । ଏସପି ସଂଜୟ ସାହୁଙ୍କ ସୂଚନା ଅନୁସାରେ ପଟୱାରୀ ଗଜେନ୍ଦ୍ର ସିଂହ ନିଜ ବ୍ୟକ୍ତିଗତ କାର୍ୟ୍ୟାଳୟରେ ୫ହଜାର ଟଙ୍କାର ଲାଞ୍ଚ କାରବାର କରୁଥିଲେ ।

ଗଜେନ୍ଦ୍ରଙ୍କୁ ଯେତେବେଳେ ଜଣାପଡ଼ିଲା ଯେ, ଏହା ଲୋକାୟୁକ୍ତ ସ୍ପେଶାଲ ପୋଲିସର ଏକ ଯୋଜନା ସେତେବେଳେ ଗିରଫ ହେବା ଭୟରେ ବାବୁ ଜଣଙ୍କ ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଖାଇଦେଇଥିଲେ । ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି । ସରକାରୀ ବାବୁ ଟଙ୍କା ଗିଳିଦେବାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।